

ସତ୍ୟଶିଖା(ଭୁବନେଶ୍ୱର) ୦୪.୦୫.୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୨୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪,୬୮୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩,୫୩୨ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
୮,୨୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୭୧ ଜଣ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୬୩୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୋଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ଓ ରାୟଗଡ଼ାରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି।