ସତ୍ୟଶିଖା (ନୂଆଦିଲ୍ଲୀ) ୨/୧୧/୨୦୨୦ : ଦେଶରେ ଅଧିକାଂଶ ଲୋକ ଶିଶୁ ପୁତ୍ର ତୁଳନାରେ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଦେଶରେ ଚଳିତ ବର୍ଷ ମୋଟ୍ ୩୫୩୧ ଶୁଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୬୧ ଶିଶୁ କନ୍ୟା ରହିଛନ୍ତି । ସଂଖ୍ୟା ଅନୁସାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଚାଇଲ୍ଡ ଆଡପସନ୍ ରିସୋର୍ସ ଅଥୋରିଟି (CARA) ର ଆକଳନ ଅନୁସାରେ ୧ ଅପ୍ରେଲ ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ୧୪୭୦ ଶିଶୁ ପୁତ୍ର ଏବଂ ୨୦୬୧ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି ।
ବର୍ଷକୁ ୨ହଜାରରୁ ଅଧିକ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି
