ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ୧ ଲକ୍ଷ ୬୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୨୭୭ ମୃତ

ସତ୍ୟଶିଖା( ନୂଆଦିଲ୍ଲୀ ) ୧୧.୦୧.୨୦୨୨ : ଦେଶରେ ଦିନକ ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୭୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଦିନକ ମଧ୍ୟରେ ୬୯,୯୫୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୦.୬୪% ରହିଛି । ସେହିଭଳି ଆରୋଗ୍ୟ ହାର ସଂପ୍ରତି ୯୬.୩୬% ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୬୧ ରହିଛି । ଏଥିସହିତ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୨୧,୪୪୬କୁ ବୃଦ୍ଧିପାଇଛି । ସୋମବାର ସଂଧ୍ୟାସୁଦ୍ଧା ଦେଶରେ ମୋଟ ୧୫୨.୮୯ କୋଟି ପାନ ଟିକା ଦିଆଯାଇସାରିଛି ।

Show More
Back to top button