ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ : କେନ୍ଦ୍ର ଫୁଡ୍ ପ୍ରୋସେସିଂ ଉଦ୍ୟୋଗ, କୃଷି ଏବଂ କିଷାନ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୩୨୦.୩୩ କୋଟି ଟଙ୍କାର ପ୍ରକଳ୍ପ ସହ ୨୮ଟି ଫୁଡ୍ ପ୍ରୋସେସିଂ ୟୁନିଟ ପାଇଁ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ପାଇଁ ୧୦ଟି ରାଜ୍ୟକୁ ସ୍ୱୀକୃତ ମିଳିଛି । ଏହି ପ୍ରକଳ୍ପରେ ୧୦ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଏଥିରେ ଉତ୍ତରପୂର୍ବ ଭାରତର ୬ଟି ପ୍ରକଳ୍ପ ମଧ୍ୟ ସାମିଲ ରହିଛି । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନାର ଫୁଡ୍ ପ୍ରୋସେସିଂ ଏବଂ ପରିରକ୍ଷଣ କ୍ଷମତା ବିସ୍ତାର ଯୋଜନା ଅନ୍ତର୍ଭୁକ୍ତ ପ୍ରାପ୍ତ ପ୍ରସ୍ତାବ ଉପରେ ବିଚାର କରିବାକୁ ଆନ୍ତଃ-ମନ୍ତ୍ରାଳୟ ଅନୁମୋଦନ ସମିତିକା ବୈଠକର ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ପ୍ରକଳ୍ପର ପ୍ରମୋଟରମାନେ ମଧ୍ୟ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ ।
ରୋଜଗାର ମିଳିବ ୧୦ ହଜାରରୁ ଅଧିକ ଲୋକଙ୍କୁ : ଫୁଡ୍ ପ୍ରୋସେସିଂ ୟୁନିଟ୍
