

ସତ୍ୟଶିଖା(ମହାକାଳପଡ଼ା )୦୨.୦୩.୨୦୨୧: କେନ୍ଦ୍ରାପଡ଼ା ଜିଳ୍ଲାର ମହାକାଳପଡ଼ାରେ ଏକ ବସ୍ ଓଲଟିବା ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୌରୀଶଙ୍କର(ପ୍ରିନ୍ସ ) ନାମକ ଏକ ଘରୋଇ ବସ୍ ମହାକାଳପଡ଼ା ବ୍ଲକର ଜମ୍ବୁରୁ ବାହାରି କଟକ ଅଭିମୁଖେ ଯାଉଥିଲା। ବସଟି ଅଳାଇଲୋ ପଞ୍ଚାୟତର କୁମାରୁଣୀ ନିକଟରେ ସକାଳ ପ୍ରାୟ ସାଢେ ଚାରିଟା ସମୟରେ ଏକ ବୁଲାଣି ରାସ୍ତା ପାର ହେଉଥିବା ସମୟରେ ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଥିଲା। ଡ୍ରାଇଭରଜଣକ ଭାରସାମ୍ୟ ହରାଇବା ଫଳରେ ବସଟି ଓଲଟିଥିଲା ବୋଲି କୁହାଯାଉଛି।