ସତ୍ୟଶିଖା( ଭୁବନେଶ୍ୱର)୧୯.୦୮ . ୨୦୨୨: ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି। ହେଲେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି। ଏହା ପରେ ଜଳସ୍ତର କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।
ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ହେଲେ ମୁଣ୍ଡଳିରେ ଜଳପ୍ରବାହ ୭.୫ରୁ ୮ ଲକ୍ଷ କ୍ୟୁସେକରେ ସୀମିତ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି EIC ।
ଏବେ ସୁଦ୍ଧା ୨୦୦ରୁ ଅଧିକ ଘଳିଆ ମରାମତି ହୋଇ ସାରିଲାଣି। ମହାନଦୀ ସିଷ୍ଟମରେ ୭ଟି ଘାଇ ହୋଇଛି । ପାଣି କମିଲେ ଯୁଦ୍ଧକାଳୀନ ଭିତ୍ତିରେ ତାହାର ମରାମତି ଆରମ୍ଭ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।