ମନୋରଞ୍ଜନସିନେମା

ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ମୁହଁ ଖୋଲିଲେ ଗାର୍ଲଫ୍ରେଣ୍ଡ ରିୟା :

(ସତ୍ୟଶିଖା) ମୁମ୍ବାଇ ୧୪/୭: ଆଜିଠୁ ଠିକ୍ ମାସେ ତଳେ ଜୁନ୍ ୧୪ତାରିଖରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଏହି ଦୁଃଖ ବୋଧହୁଏ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସେତିକି ହୋଇଛି ଯେତିକି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ। ସୁଶାନ୍ତଙ୍କ ଯିବାର ମାସେ ପରେ ରିୟା ଇନଷ୍ଟାଗ୍ରାମରେ ଏକ ଇମୋସନାଲ୍ ପୋଷ୍ଟ ଏବଂ ଫଟୋ ଜରିଆରେ ସୁଶାନ୍ତଙ୍କୁ ହରାଇବାର ଦୁଃଖ ବଖାଣିଛନ୍ତି।

ଏହା ବ୍ୟତୀତ ରିୟା ଗୋଟିଏ ଦିନ ପୂର୍ବରୁ ହିଁ ନିଜ ହ୍ବାଟସଆପ୍ ଡିପିରେ ତାଙ୍କ ସହ ଏକ ଫଟୋ ରଖିଛନ୍ତି। ଯେଉଁଥିରେ ସେ ଦୁହେଁ ଖୁବ୍ ଖୁସି ନଜର ଆସୁଛନ୍ତି। ଯେଉଁ ଫଟୋ ରିୟା ନିଜ ଡିପିରେ ରଖିଛନ୍ତି ତାହା ସେ କିମ୍ବା ସୁଶାନ୍ତ ପୂର୍ବରୁ କେବେ ବି ସୋସିଆଲ ମିଡିଆରେ ସେୟାର କରି ନଥିଲେ।

Show More
Back to top button