ସତ୍ୟଶିଖା( ଭୁବନେଶ୍ୱର )୨୯.୦୮ . ୨୦୨୨: ଦୁର୍ବଳ ହେଲା ମୌସୁମୀ। ବଢିଲା ଦିନ ତାପମାତ୍ରା। ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ଆହୁରି ୪ରୁ ୫ ଦିନ କାଁ ଭାଁ ବିକ୍ଷିପ୍ତ ବର୍ଷା ହେବ। ମୌସୁମୀ ନିମ୍ନ ଚାପରେଖ ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରେ ହିମାଳୟ ପାଦଦେଶରେ ପୂର୍ବ-ପଶ୍ଚିମ ଦିଗରେ ଲମ୍ବିଛି। ପ୍ରଭାବରେ ରାଜ୍ୟର ମୌସୁମୀ ପ୍ରବାହ ଦୁର୍ବଳ ରହିଛି।
ଦୁର୍ବଳ ହେଲା ମୌସୁମୀ, ବଢିଲା ଦିନ ତାତି: ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ
