ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଟଙ୍କା

ସତ୍ୟଶିଖା (ଭୁବନେଶ୍ୱର )୦୩.୦୩.୨୦୨୧:ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ଟଙ୍କା। ଲାପ୍‌ଟପ୍‌ ବଦଳରେ ୩୦ ହଜାର ଟଙ୍କା ସିଧାସଳଖ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏହି ଅର୍ଥ ସିଧାସଳଖ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ। ଉକ୍ତ ଟଙ୍କା ଦ୍ୱାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍‌ଟପ୍‌, ଡେସ୍କଟପ୍‌, ଟାବ୍‌ଲେଟ୍‌ ସହଜରେ କିଣିପାରିବେ। ଏହାଦ୍ୱାରା ସେମାନଙ୍କୁ ଆଉ ନୋଡାଲ୍‌ ସେଣ୍ଟର୍‌କୁ ଲାପ୍‌ଟପ୍‌ ସଂଗ୍ରହ କରିବାକୁ ଯିବାକୁ ପଡ଼ିବନି।

Exit mobile version