ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ


ସତ୍ୟଶିଖା ୦୧/୦୨/୨୦୨୧ :
ମେଷ – ଆଜି ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନନ୍ତି ଦେଖା ଦେବ । ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
ବୃଷ – ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । କିଛି ଜିନିଷ ହଜାଇବା କାରଣରୁ ବିରସ ମନରେ କାଳ କାଟିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ମିଥୁନ – ଆକସ୍ମିକ ଭାବେ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ର ଗତନୁଗୁଡିକ ରୀତିରେ ଚାଲିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
କର୍କଟ – ଭାବପ୍ରବଣତା କିମ୍ବା ଅନ୍ୟମାନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ସିଂହ – ଅନ୍ୟମାନଙ୍କ କାର୍ଯ୍ୟ କଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
କନ୍ୟା – ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହା କି କେବଳ ଅଶାନ୍ତି ସୃଷ୍ଟିର କାରଣ ହେବ । ଖୋଜୁଥିବା ଜିନିଷ ନ ପାଇବାରୁ ବିରକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ତୁଳା – ଆଜି ଆକସ୍ମିକ ଭାବରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ବିଛା – ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ସହଜ ଓ ସୁବିଧାରେ ନୁହେଁ । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରେକରି ବିରର୍କର ସମ୍ମୁଖୀନ ହୋଇପାରନ୍ତି । ଶୁଭ ଅଙ୍କ କ୍ରୀମ୍ । ଶୁଭ ଅଙ୍କ ୯ ।
ଧନୁ – ଆଜିର ଯାତ୍ରାରେ ଯେଉଁଥି ସକାଶେ ଯାଉଛନ୍ତି ସେଥିରେ ସଫଳତା ଆବଶ୍ୟମ୍ଭାବୀ । ସଭା ସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।
ମକର – ଦିନଟି ବନ୍ଧୁ ମେଳରେ କଟିବ । ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
କୁମ୍ଭ – ବନ୍ଧୁଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ । ଅସୁବିଧା ନ ହେଲେ ମଧ୍ୟ କେତେକ କାମ ଅଧାରେ ଅଟକି ଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
ମୀନ – ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଅତୀତ ଘଟଣା ସ୍ୱାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।