ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ


ସତ୍ୟଶିଖା ୨୫/୦୧/୨୦୨୧ :
ମେଷ – ମଙ୍ଗଳଙ୍କ ରାଶ୍ୟାବସ୍ଥାନ ଯୋଗୁ ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିଲେ ମଧ୍ୟ କେତୁ ଯୁକ୍ତ ଚନ୍ଦ୍ର ମାନସିକ ଅଶାନ୍ତିର କାରଣ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ବୃଷ – ଦୁଃସ୍ଥାନଓୀ ରବି ଓ ଶୁକ୍ର ପାରିବାରିକ ସମ୍ପର୍କକୁ କ୍ଷୁଣ୍ଣ କରିବ । ଆଜି ଯେଉଁ କାମକୁ ଆରମ୍ଭ କରିବେ ତାହା ଅବଶ୍ୟ ପୂର୍ଣ୍ଣାଙ୍ଗ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ମିଥୁନ – ଅଷ୍ଟମସ୍ଥ ବୁଧ ହେତୁ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଚଳିବେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
କର୍କଟ – ନୀଚରାଶିସ୍ଥ ଚନ୍ଦ୍ର ଅସୁସ୍ଥତା ସଙ୍ଗକୁ ସମ୍ପର୍କହାନୀ କରିବ । ଆକସ୍ମିକ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ସିଂହ – ଧନାଧିପ ଶୁକ୍ରଯୁକ୍ତ ହେତୁ ଆର୍ଥିକ ସମସ୍ୟା ସୁଧୁରି ଯିବାରେ ପଡୋଶୀ ସହାୟତା କରିବେ । କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କ ଅସୁବିଧାକୁ ବୁଝି ସାହାଯ୍ୟ ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
କନ୍ୟା – ଆଜି ମଙ୍ଗଳଙ୍କ କୁପ୍ରଭାବରେ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ କଳହ ହୋଇପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ବୁଲ୍ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ତୁଳା – ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି । ନିର୍ମାଣ,ଶିଳ୍ପ,ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ବିଛା – ଚନ୍ଦ୍ରଙ୍କ ଦୁର୍ବଳତା ହେତୁ ଆପଣଙ୍କ କୌଣସି ଉଦ୍ୟମ ସଫଳ ହେବା କଷ୍ଟକର । ଚତୁର୍ଥସ୍ଥ ଶନିଙ୍କ ପ୍ରଭାବରୁ ଅଧିକାଂଶ ସମୟରେ ଡିପ୍ରେସନ ଲାଗି ରହିବ । ଶୁଭ ଅଙ୍କ ନୀଳ । ଶୁଭ ଅଙ୍କ ୬ ।
ଧନୁ – ନୀଚସ୍ଥ ବୃହସ୍ପତି ହେତୁ ପ୍ରତ୍ୟେକ କାମ ସମ୍ପନ୍ନରେ ସଫଳ ହେବେ । ପରିବହନ, ଆଲୋଚନା ପରିସରରେ, ସଭାସମିତିରେ,ତର୍କ ଓ ବିବାଦରେ ସ୍ଥଗିତ କାମକୁ ପୂରା କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
ମକର – ଅନୁକୂଳ ଗ୍ରହପ୍ରଭାବରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି । ସ୍ୱଗୃହୀ ମଙ୍ଗଳଙ୍କ ଯୋଗୁଁ ପାରିବାରିକ ଚାପ କ୍ରମଶଃ କମି କମି ଆସିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କୁମ୍ଭ – ରବିଙ୍କ ନକ୍ଷତ୍ରସ୍ଥ ଶନି ହେତୁ ପ୍ରତ୍ୟେକ କାର୍ଯ୍ୟ ସଂଘର୍ଷପୂର୍ଣ୍ଣ ରହିବ । ମାନସିକ ଚାପ ବୃଦ୍ଧି କାରଣରୁ ଅଫିସରେ କାମ କରିବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ମୀନ – ଏକାଦଶସ୍ଥ ଏକାଧିକଗ୍ରହ ଆପଣଙ୍କ କାର୍ଯ୍ୟସାଧନରେ ସହାୟକ ହେବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।