ରାଜ୍ୟ

ଆଜିଠାରୁ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ସତ୍ୟଶିଖା(ଭୁବନେଶ୍ୱର) ୨୦ .୦୫.୨୦୨୧:ଆଜିଠାରୁ ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ । ରାଜ୍ୟ ଓ କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍ ରହିବ ବୋଲି ରେଜିଷ୍ଟ୍ରାର୍ ଜେନେରାଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ ମେ ୨୮ ତାରିଖରେ ପୂର୍ବରୁ ଘୋଷଣା ହୋଇଥିବା ନିୟମ ମୁତାବକ ହାଇକୋର୍ଟ କାର୍ଯ୍ୟ କରିବ। କିନ୍ତୁ ସଟଡାଉନ୍ ସମୟରେ କୌଣସି ଅବସରକାଳୀନ ବେଞ୍ଚ୍ କାର୍ଯ୍ୟ କରିବ ନାହିଁ । ଗ୍ରୀଷ୍ମ ଅବକାଶର ଅବକାଶକାଳୀନ ବେଞ୍ଚ୍ ମେ ୩୧, ଜୁନ୍ ୨ ଓ ଜୁନ୍ ୪ ତାରିଖରେ କାର୍ଯ୍ୟ କରିବ । ସେହି ୩ଟି ତାରିଖରେ କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ତାରିଖର ପୂର୍ବଦିନ କାର୍ଯ୍ୟ ଦିବସରେ ରେଜିଷ୍ଟ୍ରାର ଓ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ପୂର୍ବରୁ ଘୋଷଣା ହୋଇଥିବା ବ୍ୟବସ୍ଥାରେ ତାଲିକାଭୁକ୍ତ କରାଯାଇ ପାରିବ ।

Show More
Back to top button