ରାଶିଫଳ

ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ୧୧/୦୧/୨୦୨୧ :

ମେଷ – ସୋମବାର ଘରର ବାକି ରହିଥିବା କାମକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବାଧ୍ୟ ହେବେ । ପୂର୍ବ ସ୍ଥିରୀକୃତ ଯାନ ବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ ମନ ବଳାଇପାରନ୍ତି । ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୪ ।

ବୃଷ – ପାରିବାରିକ ମତାନ୍ତର ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ । ଅଫିସ୍ କାମରେ ବ୍ୟସ୍ତ ରହି ଘରୁ ବରାଦ ପାଇଥିବା ଜିନିଷଟି ଆଣିବାକୁ ଭୁଲିଯାଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମିଥୁନ – ଜଣେ ସମ୍ପର୍କୀୟଙ୍କ ନିକଟରୁ କୋଣସି ନୂଆ ଖବର ପାଇ ଖୁସି ହୋଇପାରନ୍ତି । ବହୁ ଦିନରୁ ସମସଧାନ ହୋଇପାରୁ ନ ଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

କର୍କଟ – କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ବ୍ୟସ୍ତ ହୋଇପାରନ୍ତି । ମନରେ ଅସ୍ଥିରତା ଲାଗି ରହିଲେ ମଧ୍ୟ କିଛି ଆଶା ନେଇ ଦୌଡିପାରନ୍ତି । ବ୍ୟବସାୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ସିଂହ – ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲରେ କଟିବ । କେତେକ କ୍ଷେତ୍ରରେ ଅନୁତାପ କରିବେ ସିନା କିଛି ଲାଭ ହେବନି । ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କନ୍ୟା – ପରିବତର୍ତ୍ତିତ ସମୟର କେତେକ ବ୍ୟତିକ୍ରମକୁ ନେଇ ଦୋଷୀ ରୂପେ ପରିଗଣିତ ହୋଇପାରନ୍ତି । ଅନ୍ୟମାନଙ୍କ ଭୁଲ୍ ଧାରଣା ବୃଦ୍ଧି ଦିଗରେ କେତେକ ନିକଟତମ ବନ୍ଧୁ ଖୋରାକ ଯୋଗାଇବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ତୁଳା – କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ବିଛା – ମନ କଥା ମନରେ ରଖି ସମସ୍ୟାର ସରଲ ସମାଧାନ କରିବେ । ଭାବୁଥିବା କାମଟିକୁ ଶେଷ କରିପାରିବେନି , ଯଦିଉ ଏଥିପାଇଁ ଆଜି ବହୁତ ଚେଷ୍ଟା ଓ ପରିଶ୍ରମ କରିବାକୁ ପଡିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ଧନୁ – ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଚିନ୍ତିତ ରହିବେ । ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମକର – ଚିନ୍ତା କରିଥିବା କୌଣସି ନୂତନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପିତ ହେବାର ଉଜ୍ଜ୍ୱଳ ଆଶା ରହିଛି । ଆଜି ଯେତିକି ପାଇବେ ତାହା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

କୁମ୍ଭ  – କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ । ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃତ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମୀନ – ବାସ୍ତବତାକୁ ପ୍ରାଧାନ୍ୟ ଦେଉଥିବାରୁ ଅନ୍ୟମାନଙ୍କ କାଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ବନ୍ଧୁଙ୍କ ବିରୋଧାତ୍ମକ କଥାରେ ମନ୍ତବ୍ୟ ଦେଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

Show More
Back to top button