ରାଶିଫଳ

ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା  ( ସୋମବାର ) ୨୧.୧୨.୨୦୨୦ :

ମେଷ– ଅସମାପ୍ତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮  ।

ବୃଷ – ସାଙ୍ଗ ସୁଖ ମିଳିପାରେ । ସମାଜ ସେବାରେ ନିଜକୁ ହଜାଇ ଦେଇପାରନ୍ତି । ସ୍ୱକର୍ମ ପାଇଁ ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ମିଥୁନ – ଇଚ୍ଛା କରୁଥିବା କାର୍ଯ୍ୟ ହାତକୁ ଆସିପାରେ । ଭୋଜନରେ ଅଶାନ୍ତି ଉପୁଜି ପାରେ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ପାଇଁ ଉଚିତ୍ ସମୟ ହୋଇପାରେ । ମିତ୍ରମାନେ କରଛଡା ଦେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

କର୍କଟ – କର୍ମ ତତ୍ପର ରହିବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି । ବିଦ୍ୱାନ୍ ହୋଇପାରନ୍ତି । ସୁଖ ଭୋଗ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ସିଂହ – ଶ୍ରମ ସାର୍ଥକ ହେବ । କୁଳ ଦୀପକ ହୋଇପାରନ୍ତି । ଚିତ୍ତ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କନ୍ୟା – ସୁଖ-ସନ୍ତୋଷ ଲାଭ କରି ଲୋକପ୍ରିୟତା ଅର୍ଜନ କରିବେ । ଯଶସ୍ୱୀ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଧନ ଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ତୁଳା – ମନ ପ୍ରସନ୍ନ ରହିବ । କର୍ମ ଚଞ୍ଚଳ ରହିବେ । ସାମୟିକ ଭାବେ ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ । ସ୍ନେହବୋଳା ଭାଷାରେ ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଯଥେଷ୍ଟ ହେବ ନାହିଁ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ଧନୁ – ସୁଖ-ସମ୍ମାନ ଲାଭ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରମାନଙ୍କ ଠାରୁ ସାହାର୍ଯ୍ୟ, ସମର୍ଥନ ପାଇ ଉପକୃତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ମକର – ମନ ପ୍ରସନ୍ନ ରହିବ । ଧାର୍ମିକ ପ୍ରବୃତ୍ତି ସହ ସାହସୀ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ । ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ । ପିଲାମାନଙ୍କ ପାଇଁ ଚିନ୍ତିତ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

କୁମ୍ଭ – ହାତରୁ ଖସି ଯାଉଥିବା କାର୍ଯ୍ୟକୁ ଆୟତ୍ତାଧୀନ କରିବାରେ ସକ୍ଷମ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଦାନ ଧର୍ମକୁ ଆଦରି ନେବେ । ବ୍ୟକ୍ତିତ୍ୱ ବିକଶିତ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମୀନ – କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହୋଇପାରନ୍ତି । ବିଦ୍ୟା ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

Show More
Back to top button