ରାଶିଫଳ

ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ସୋମବାର )  ୯/୧୧/୨୦୨୦ :

ମେଷ – କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ବୃଷ – ଆଜିର ପ୍ରତ୍ୟୁଷ ଯାତ୍ରା, ବାନିଜ୍ୟ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ । ମାତ୍ର ମୃଗଶିରା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଲହ ଲାଗିବାର ଆଶଙ୍କା ଉପୁଜିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମିଥୁନ – କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ବ୍ୟବସାୟରେ ସମସ୍ୟା ବଢି ବଢି ଆକାର ଧାରଣ କରିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

କର୍କଟ – ଭୁଲ୍ ବୁଝାମଣା କାରଣରୁ ସାମୟିକ ପାରିବାରିକ ବିଷୟ ନେଇ ଡିପ୍ରେସନ ସୃଷ୍ଟି ହେବ । ଅଫିସରେ ମିତ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ସିଂହ – କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ପରିବାର ଓ କର୍ମକ୍ଷେତ୍ରରେ  ବ୍ୟତିକ୍ରମ ବିଷୟ ବିନ୍ତା କରି ମନ ବିଚଳିତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କନ୍ୟା – ଚିତ୍ରା ନକ୍ଷତ୍ର ସକାଶେ ପାରିବାରିକ ସହ-ଯୋଗ ଚେଷ୍ଟା କରୁଥିବା କାମ ପାଇଁ ଖୋରାକି ମିଳିଯିବ । ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ତୁଳା – ମନର ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଦ୍ରେକ ହେବା କାରଣରୁ ଅସ୍ଥିରତା ସୃଷ୍ଟି ହେବ । ଅର୍ଥନୈତିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ମନ ଖୁସୀ ରହିବ । ଶୁଭ ରଙ୍ଗ ଗ୍ରିନ୍ । ଶୁଭ ୩ ।

ବିଛା – ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଦ୍ରେକ ହେବା କାରଣରୁ ଅସ୍ଥିରତା ସୃଷ୍ଟି ହେବ । ଅର୍ଥ ନୈତିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ମନ ଖୁସୀ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ଧନୁ – ମୂଳା ନକ୍ଷତ୍ରର ଅଧିକାଂଶ ସମୟ ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମକର – ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ । ବିବାଦୀୟ ଘଟଣାରେ ଦିଗ ବଦଳି ଯାଇପାରେ, ଯାହା କି ଆପଣଙ୍କ ସମସ୍ୟାକୁ କମାଇ ଦେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

କୁମ୍ଭ – କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ । ଶତଭିକ୍ଷା ନକ୍ଷତ୍ରର ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିଥିଲେ ମଧ୍ୟ ଘରୋଇ ବ୍ୟାପର ନେଇ ମାନସିକ ଅସୁସ୍ଥତା ଲାଗି ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ମୀନ – ଆଜିର ଯାତ୍ରା, ବ୍ୟବସାୟ, ପ୍ରତିଯୋଗିତା, ବନ୍ଧୁଙ୍କ ସହ ବାର୍ତ୍ତାଳାପ, ପ୍ରଶାସନିକ ଆଲୋଚନା ସମସ୍ୟା ମୁକ୍ତ ରହିବ । ସହକର୍ମୀଙ୍କ ଯୋଗୁଁ କାମଗୁଡିକ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ଞ୍ଜ ।

Show More
Back to top button