ଧର୍ମ

ଦୀର୍ଘ ୧୧ମାସ ପରେ ମହାପ୍ରଭୁ ଅଲାରନାଥଙ୍କୁ ସର୍ବାଙ୍ଗ ଦର୍ଶନ କରୁଛନ୍ତି ଭକ୍ତ

ସତ୍ୟଶିଖା ୧୬/୦୨/୧୦୨୧ : ମହାପ୍ରଭୁ ଅଲାରନାଥଙ୍କର ସର୍ବାଙ୍ଗ ଦର୍ଶନ କରୁଛନ୍ତି ଭକ୍ତ । ଉଢଣୀ ଷଷ୍ଠୀଠାରୁ ଶ୍ରୀପଞ୍ଚମୀ ପୂର୍ବ ଦିନ ପର୍ଯ୍ୟନ୍ତ ପାଖାପାଖି ୨ ମାସ ମହାପ୍ରଭୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମୁଖକୁ ଛାଡି ସମ୍ପୂର୍ଣ୍ଣ ଶରୀରକୁ ରେଶମ ଚଦରରେ ଘୋଡାଇ ହୋଇ ରହିଥାନ୍ତି । କହିବାକୁ ଗଲେ ଦୀର୍ଘ ୧୧ ମାସ ପରେ ଆଜି ମହାପ୍ରଭୁଙ୍କ ସର୍ବାଙ୍ଗ ଦର୍ଶନ କରୁଛନ୍ତି ଭକ୍ତ । କରୋନା ମହାମାରୀ ପାଇଁ ୨୩ ମାର୍ଚ୍ଚ ୨୦୨୦ଠାରୁ ଅଲାରନାଥ ମନ୍ଦିର ବନ୍ଦ ରହିଥିଲା । ୨୩ ଡିସେମ୍ବର ୨୦୨୦ରେ ମନ୍ଦିର ଖୋଲିଥିଲେ ମଧ୍ୟ ସେତେବେଳେ ମହାପ୍ରଭୁଙ୍କର ଘୋଡଲାଗି ବେଶ ଚାଲିଥିଲା ।  ତେଣୁ ଆଜି ଭକ୍ତମାନେ ଅଲାରନାଥଙ୍କ ସମ୍ପୂର୍ଣ୍ଣ ଶରୀରକୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି । ଭୋର ୪ଟାରେ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ଏବଂ ବଲ୍ଲଭ ଧୂପ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Show More
Back to top button