ରାଜ୍ୟ

ତୃତୀୟ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଅବଧି

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍ ସିଟି ରାଉରକେଲାରେ ତୃତୀୟ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଶ୍ରାରେ କଣ୍ଟେନମେଣ୍ଟ୍‌ ଜୋନ ଅବଧି ଆଉ ୪୮ ବଢ଼ିଛି। ପଞ୍ଚମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏପରିକି ପ୍ରତିଦିନ ଉକ୍ତ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ୍ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ଚିହ୍ନଟ ହୋଇଥିବା ତୃତୀୟ ‘କରୋନା’ ୪୦ ବର୍ଷୀୟ ଯୁବକ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶ ଆସିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଅବଧିକୁ ଆହୁରି ୪୮ ଘଣ୍ଟାଇ ବଢ଼ାଇ ଦେଇଛି। ବିଶ୍ରାରେ ପ୍ରଥମ ‘କରୋନା’ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍‌ ଘୋଷଣା କରିଥିଲେ। ପରେ ୧୪ରୁ ୧୬, ୧୬ରୁ ୧୮, ୧୮ରୁ ୨୦ ଓ ଆଜି ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍‌ ଜୋନ ଅବଧିକୁ ଜିଲ୍ଲା ପ୍ରଶାସନ ବଢ଼ାଇଛି।

‘କରୋନା’ ଆକ୍ରାନ୍ତଙ୍କୁ ରାଉରକେଲାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସୁଦ୍ଧା ୩ ଜଣଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେଥିରୁ ଜଣେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୨ ଜଣ ଚିକିତ୍ସିତ ହେଉଛନ୍ତି। ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସମଗ୍ର ବିଶ୍ରାକୁ କଣ୍ଟେନମେଣ୍ଟ୍‌ ଘୋଷଣା କରିଛନ୍ତି।

[ad_2]
Show More
Back to top button