ନ୍ୟୁଜ୍ରାଜ୍ୟ

ସେମିଳିଗୁଡ଼ାରେ ପାରଦ ୭.୬୦

ସତ୍ୟଶିଖା(ଭୁବନେଶ୍ୱର)୨୮.୧୧.୨୦୨୨:  ପାହାଡ଼ିଆ ଅଞ୍ଚଳରେ ପାରଦ ସ୍ବାଭାବିକରୁ ତଳକୁ ଖସିବା ଦ୍ବାରା ଶୀତ ପ୍ରକୋପ ଲାଗି ରହିଛି । ବିଶେଷ କରି ସୁନ୍ଦରଗଡ, କନ୍ଧମାଳ, କୋରାପୁଟ, ଝାରସୁଗୁଡା ଏବଂ କେନ୍ଦୁଝର ଜିଲାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସବୁଠୁ କମ ରାତି ତାପମାତ୍ରା ପାହାଡିଆ ଅଞ୍ଚଳ ମଧ୍ୟରେ ସେମିଳିଗୁଡାରେ ୭.୬ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ ୯.୫ଡିଗ୍ରୀ, କିରେଇ ୯.୪ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ, ଝାରସୁଗୁଡା ୧୦.୬ ଡିଗ୍ରୀ, ବାରିପଦା ୧୪ ଡିଗ୍ରୀ, ଅନୁଗୋଳ ୧୨.୬ ଡିଗ୍ରୀ, ସୁନ୍ଦରଗଡ ୧୨ ଡିଗ୍ରୀ, ହୀରାକୁଦ ୧୧.୮ ଡିଗ୍ରୀ ଏବଂ ଦାରିଙ୍ଗବାଡିରେ ୧୦ ଡିଗ୍ରୀ ରାତି ତାପମାତ୍ରା ରହିଛି।

ରବିବାର ଅନୁଗୋଳ, ଫୁଲବାଣୀ ଏବଂ ଭବାନୀପାଟଣା ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ସୋମବାର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହୋଇପାରେ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତଳେ ରହିବାର ଆଶଙ୍କା ରହିଛି। ଯଦ୍ଦ୍ବାରା ରାଜ୍ୟରେ ଶୀତ ପ୍ରକୋପ ବଢିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

Show More
Back to top button