ବାସ୍ତୁଶାସ୍ତ୍ରରାଶିଫଳ

ସୋମବାର ରାଶିଫଳ : କେମିତି ରହିବ ଆଜିର ଦିନ

ସତ୍ୟଶିଖା(ଭୁବନେଶ୍ୱର )୦୧.୦୩.୨୦୨ ୧:

ମେଷ – ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ । ବ୍ୟବସାୟକୁ ଆଗକୁ ବଢାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ବୃଷ – ଅନିୟମିତ ଆହାର ଗ୍ରହଣରେ ଶରୀର କଷ୍ଟ ଅନୁଭବ କରିପାରନ୍ତି । ଉପରିସ୍ଥଙ୍କ ଅନୁକମ୍ଫାରୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ମିଳିବ । ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୭ ।
ମିଥୁନ – ଆଜି ଦିନଟିରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ । ଆପଣଙ୍କର କାର୍ଯ୍ୟଶୈଳୀର ପ୍ରଶଂସା କରି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
କର୍କଟ – ବାରମ୍ବାର ପାଇବା ଜିନିଷର ଅନିଶ୍ଚିତତା ମନରେ ଗଭୀର ଆଲୋଡନ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଅସ୍ଥିରତା ଲାଗି ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ସିଂହ – ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିରେ ବିଚାର କରିବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ ।
କନ୍ୟା – ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । କର୍ମକ୍ଷେତ୍ରରେ ଈର୍ଷା ଓ ଅସୂୟାଜନିତ ଶତ୍ରୁତା ଯୋଗୁ ସାମୟିକ ବିଚଳିତ ବୋଧ କରିପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।
ତୁଳା – ବହୁ ବିଳମ୍ବରେ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ବିଛା – ଆନୁଷ୍ଠାନିକ କାମ ସକାଶେ ଆଜିର ବନ୍ଧୁଙ୍କ ସହ-ଯୋଗ ଆଶା ନିରର୍ଥକ ହେବ ନାହିଁ । ଶୁଭ କାର୍ଯ୍ୟରେ ଯୋଗ ଦେଇ ଦୀର୍ଘ ଦିନର ଅଦେଖା ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଶୁଭ ଅଙ୍କ ପିଚ୍‌ । ଶୁଭ ଅଙ୍କ ୬ ।
ଧନୁ – ଅତୀତ କଥାକୁ କେନ୍ଦ୍ର କରି ମାନସିକ ସ୍ଥିତି ଭଲ ରହିବ ନାହିଁ । ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ମକର – ଶାରୀରିକ ଅସୁସ୍ଥତା କର୍ମକ୍ଷେତ୍ରକୁ ସ୍ଥଗିତ ରଖିବ । ବନ୍ଧୁମାନଙ୍କ ସାହାର୍ଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବିଶ୍ୱାସ ହେଲା ଭଳି କାମ କରି ଉପକୃତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
କୁମ୍ଭ – ସମସ୍ୟାକୁ ନିୟନ୍ତ୍ରଣ କରିବା ସକାଶେ ପ୍ରିୟ କଥା କହି ସମ୍ଭାଳି ନେବେ । ସରଳ ବିଶ୍ୱାସ କରି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୬ ।
ମୀନ- ମାନସିକ ଅସୁସ୍ଥତା ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଲାଗି ରହିବ । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

Show More
Back to top button