ସତ୍ୟଶିଖା( ଭୁବନେଶ୍ୱର )୦୩.୦୯ . ୨୦୨୨:
ଆଜି କାଲି ଅଧିକାଂଶ ଯୁବପିଢ଼ିଙ୍କ ମନପସନ୍ଦ ଫାଷ୍ଟଫୁଡ ହେଲା ମୋମୋ। ଚିକେନ୍, ମଟନ୍, ଭେଜ, ପନିର ପୁର ଦିଆ ଏହି ମୋମୋର ଚାହିଦା ଢ଼େର ରହିଛି। ଷ୍ଟିମ୍ ମୋମୋ ଠାରୁ ଆରମ୍ଭ କରି ଫ୍ରାଏ ମୋମ ଓ ତନ୍ଦୁରି ମୋମୋ ଯାଏ ଫାଷ୍ଟଫୁଡ ଷ୍ଟଲରେ ବିକ୍ରି ହେଉଛି। କେବଳ ସେତିକି ନୁହେଁ ଏହି ମୋମୋ ସହ ଦିଆଯାଉଥିବା ଚଟଣିର ବଜାରରେ ଢ଼େର ଡିମାଣ୍ଡ ରହିଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି, ତେବେ ପାଟିକୁ ସୁଆଦିଆ ଲାଗୁଥିବା ଏହି ମୋମୋ ଆପଣଙ୍କ ଜୀବନ ବି ନେଇପାରେ। ନିକଟରେ ଏନେଇ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ତଥା ଏମ୍ସ ଚେତାବନୀ ଜାରି କରିଛି।