ନ୍ୟୁଜ୍ବାଣିଜ୍ୟରାଜ୍ୟ

ମୋହନ ଏମ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ନୂତନ ଅଧ୍ୟକ୍ଷ

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୨/୨୦୨୧ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ନୂତନ ଅଧ୍ୟକ୍ଷ ରୂପେ ମୋହନ ଏମ ସଂପ୍ରତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ୱ ପୂର୍ବରୁ ମୋହନ ଶ୍ରୀଲଙ୍କାରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର କଣ୍ଟ୍ରି ହେଡ୍‌ ଭାବେ କାର୍ଯ୍ୟରତ ଥିଲେ । ୧୯୯୧ ମସିହାରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଯୋଗ ଦେଇଥିବା ମୋହନଙ୍କ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ।

ସେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର କେନ୍ଦ୍ରୀୟ କାର୍ଯ୍ୟାଳୟ, ଚେଚନ୍ନାଇ, ଦିଲ୍ଲୀ, ଅହମ୍ମଦାବାଦ ଇତ୍ୟାଦି ସ୍ଥାନରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ରଖିଛନ୍ତି । ଜଣେ ଅମାୟିକ ଏବଂ ଅଭିଜ୍ଞ ବ୍ୟାଙ୍କର ଭାବେ ତାଙ୍କର ବେଶ୍ ପ୍ରତିଷ୍ଠା ରହିଛି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଜିବି ଅଧିକ ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇ ଦେବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ବୋଲି ତଥାଭିଜ୍ଞ ମହଲରୁ ସୂଚନା । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବର୍ତ୍ତମାନ ଆଞ୍ଚଳିକ ସ୍ତରରେ ବେଶ୍ ଆଦୃତ ଏବଂ ବିକାଶମୁଖି ବ୍ୟାଙ୍କ ଭାବେ ପ୍ରତିଷ୍ଠା ଲାଭ କରିଛି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଭିବୃଦ୍ଧିର ଶିଖରକୁ ସ୍ପର୍ଶ କରିପାରିବ ବୋଲି ଆଶା ।

Show More
Back to top button