ମୋହନ ଭାଗବତଙ୍କୁ କରୋନା

ସତ୍ୟଶିଖା(ନାଗପୁର) ୧୦.୦୪.୨୦୨୧: କରୋନାରେ ସଂକ୍ରମିତ ହୋଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ। ଆରଏସଏସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଗତକାଲି ସେ କରୋନାରେ ସଂକ୍ରମିତ ହେବା ପରେ ନାଗପୁରର କିଙ୍ଗଜଓ୍ୱେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ପଜିଟିଭ ହେବା ପୂର୍ବରୁ ତାଙ୍କ ପାଖରେ କରୋନାର ସମସ୍ତ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଥିଲା।

ଏବେ ହସ୍ପିଟାଲର କୋଭିଡ ଓ୍ୱାର୍ଡରେ ମୋହନ ଭାଗବତ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏକ ଡାକ୍ତରୀ ଟିମ୍ ଭାଗବତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଆରଏସଏସର ନାଗପୁର ଶାଖାର ଜଣେ ସଂଘ ସଦସ୍ୟ ଏହି ସୂଚନା ଦେଇଛନ୍ତି।ତେବେ ମାର୍ଚ୍ଚ ୬ରେ ମୋହନ ଭାଗବତ କରୋନାର ପ୍ରଥମ ଟିକା ନେଇଥିଲେ।

Exit mobile version