ଜି-୭ ବୈଠକ ପାଇଁ ମୋଦିଙ୍କ ବ୍ରିଟେନ ଗସ୍ତ ବାତିଲ

ସତ୍ୟଶିଖା(ନୂଆଦିଲ୍ଲୀ) ୧୨ .୦୫.୨୦୨୧:  ଆସନ୍ତା ଜୁନ୍‌ ମାସରେ ବ୍ରିଟେନରେ ଜି-୭ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିମନ୍ତ୍ରଣ କରିଥିଲେ। ସେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥାଆନ୍ତେ। ଇନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି। ଏହି ବୈଠକ ଜୁନ୍‌ ୧୧ରୁ ୧୩ ଯାଏ ଅନୁଷ୍ଠିତ ହେବ। ଆଜି ବୈଦେଶିକ ମନ୍ତ୍ରଣାଳୟ କହିଛି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜି-୭ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏଥିପାଇଁ ଭାରତ ପକ୍ଷରୁ ବ୍ରିଟେନକୁ ଧନ୍ୟବାଦ ଦିଆଯାଉଛି।

Exit mobile version