ବିଦେଶ

ଆମେରିକା ଏବଂ ବ୍ରିଟେନ୍ ବିରୋଧରେ ବର୍ଷିଲା ବେଜିଂ

ଜାତିସଂଘ: ଜାତିସଂଘରେ ହଂକଂ ପ୍ରସଙ୍ଗ ଉଠାଇ ବେଜିଂକୁ ବ୍ୟାକଫୁଟକୁ ଠେଲିଛି ବ୍ରିଟେନ୍ ଏବଂ ଆମେରିକା। ଜବାବରେ ବେଜିଂ ମଧ୍ୟ ଏହି ଦୁଇ ଦେଶର ସମସ୍ୟା ଉଠାଇ ମଧୁର ପ୍ରତିଶୋଧ ନେଇଛି। ଚୀନ୍ ଜାତିସଂଘକୁ ପରାମର୍ଶ ଦେଇ କହିଛି, ଆମେରିକାର ମିନିୟାପୋଲିସରେ ହେଉଥିବା ହିଂସା ବାବଦରେ ନଜର ରଖିବା ଦରକାର। ଚୀନ୍ ଅଭିଯୋଗ କରିଛି ଯେ, ଆମେରିକା ବଳପୂର୍ବକ ପ୍ରଦର୍ଶନ କରି ଅଣଶ୍ୱେତାଙ୍ଗଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରୁଛି। ସେହିପରି ବ୍ରେକଜିଟ୍ ପ୍ରସଙ୍ଗ ଉଠାଇ ବ୍ରିଟେନକୁ ଘେରିଛି ଚୀନ୍।

ଜାତିସଂଘ ସୁରକ୍ଷା ପରିଷଦରେ ଶୁକ୍ରବାର ହଂକଂ ପ୍ରସଙ୍ଗରେ ଜରୁରୀ ବୈଠକ ପାଇଁ ଦାବି କରିଥିଲେ। ମୋଟ୍ ପନ୍ଦରଟି ଦେଶକୁ ନେଇ ଗଠିତ ଜାତିସଂଘ ସୁରକ୍ଷା ପରିଷଦରେ ଏହାପରେ ଅନଲାଇନ୍ ଜରିଆରେ ବୈଠକ ହୋଇଥିଲା। ଆମେରିକାର ରାଷ୍ଟ୍ରଦୂତ କେଲି କ୍ରାଫ୍ଟ କହିଥିଲେ ସ୍ୱାଧୀନତା ପସନ୍ଦ କରୁଥିବା ହଂକଂ ନାଗରିକଙ୍କ ମାନବିକ ଅଧିକାରକୁ ବଳପୂର୍ବକ ଚପାଇ ଦେବା ଠିକ୍ କି? ଚୀନର କମ୍ୟୁନିଷ୍ଟ ପାର୍ଟି ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିବାକୁ ଅନୁମତି ଦେବା ଠିକ୍ କି? ହଂକଂ ବାସୀଙ୍କ ସ୍ୱାଧୀନତା ଓ ମାନବାଧିକାରକୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ଦରକାର ବୋଲି ସେ କହିଛନ୍ତି। ଏଥିସହ ଚୀନ ନିଜ ନିଷ୍ପତ୍ତିରୁ ଓହରିବା ଦରକାର ବୋଲି ସେ କହିଛନ୍ତି। ଏଥିପାଇଁ ଅନ୍ୟ ଦେଶ ମାନେ ମଧ୍ୟ ସ୍ୱର ଉତ୍ତୋଳନ କରିବା ଦରକାର।

ଆହୁରି ପଢ଼ନ୍ତୁ

ଏହାପରେ ଚୀନ୍ ଆମେରିକା ଏବଂ ବ୍ରିଟେନକୁ ଜବାବ ଦେଇଛି। ଚୀନର ରାଷ୍ଟ୍ରଦୂତ ଝାଙ୍ଗ ଜୁନ୍ ଏବଂ ଋଷ ଜର୍ଜ ଫଲ୍ୟାଡଙ୍କ ହତ୍ୟା ପାଇଁ ଆମେରିକା ଦାୟୀ ବୋଲି କହିଥିଲେ। ହଂକଂ ପ୍ରସଙ୍ଗରେ ବେକାର ସମୟ ନଷ୍ଟ ନକରି ଏହି ହତ୍ୟା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ବେଜିଂ କହିଛି। ଯେଉଁମାନେ ଏହି ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାକୁ ଗୁରୁତ୍ୱ ଦେବା ଦରକାର ବୋଲି ଚୀନ୍ କହିଛି। ଋଷ ମଧ୍ୟ ଚୀନକୁ ଏହି ପ୍ରସଙ୍ଗରେ ସମର୍ଥନ କରିଛି।

ତେବେ ହଂକଂ ପ୍ରସଙ୍ଗରେ ଆମେରିକା ଏବଂ ବ୍ରିଟେନ୍ ବାଧା ନଦେବା ଦରକାର ବୋଲି ଚୀନ୍ ରାଷ୍ଟ୍ରଦୂତ କହିଛି।

[ad_2]
Show More
Back to top button