ଦେଶ

ପେଟ୍ରୋଲ୍‌ ପମ୍ପ୍‌ରୁ ମୋଦୀଙ୍କ ଫଟୋଥିବା ହୋର୍ଡିଙ୍ଗ୍‌ ହଟାଇବାକୁ ନିର୍ଦ୍ଦେଶ

ସତ୍ୟଶିଖା (ନୂଆଦିଲ୍ଲୀ )୦୪.୦୩.୨୦୨୧: ୭୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ହୋର୍ଡିଙ୍ଗ୍‌ ଗୁଡ଼ିକୁ ହଟାଅ। ପେଟ୍ରୋଲ୍‌ ପମ୍ପ୍‌ ଗୁଡ଼ିକୁ ଏହି ନିର୍ଦେଶ ଦେଇଛନ୍ତି ଭାରତର ନିର୍ବାଚନ କମିସନ୍‌। ନିର୍ବାଚନ କମିସନ୍‌ କହିଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର ପାଇଁ ପେଟ୍ରୋଲ୍‌ ପମ୍ପ୍‌ରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଙ୍ଗ୍‌ ନିର୍ବାଚନ ଆଚରଣ ସଂହିତା ବିଧି କରୁଛି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଗତ ଶୁକ୍ରବାର ନିର୍ବାଚନ କମିସନ୍‌ ତାରିଖ ଘୋଷଣା କରିବା ପରେ ଆଚରଣ ବିଧି କାର୍ଯ୍ୟକାରୀ ହୋଇଯାଇଛି। କୋଭିଡ୍‌-୧୯ ଟିକାକରଣ ଅଭିଯାନ ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର୍‌ ଓ ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର ଉପରେ ତୃଣମୂଳ କଂଗ୍ରେସ ନିର୍ବାଚନ କମିସନଙ୍କ ନିକଟରେ ଆପତ୍ତି କରିବା ପରେ ଏଭଳି ନିର୍ଦେଶନାମା ଜାରି କରାଯାଇଛି। ଟିକାକରଣ ଅଭିଯାନରେ ବ୍ୟବହୃତ ପ୍ରଚାର ସାମଗ୍ରୀଗୁଡ଼ିକରୁ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ଲାଗି କମିସନ୍‌ ନିର୍ଦେଶ ଦେଇଛନ୍ତି। ଜଣେ ନିର୍ବାଚନ କମିସନ୍‌ କର୍ମଚାରୀଙ୍କ କହିବା ଅନୁସାରେ ସେମାନେ ଏହି ପ୍ରକାରର ୧୦୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ପାଇଥିଲେ। ସେଗୁଡ଼ିକରୁ ୪୫୦ଟି ଯଥାର୍ଥ ବୋଲି ଜଣାପଡ଼ିଛି।

Show More
Back to top button