ରାଜ୍ୟ

ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୭.୨୦୨୧: ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର  ପୂର୍ବାନୁମାନ କରିଛି।

ମିଳିଥିବା ସୂଚନା ମୁତାବକ, ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ମାଲକାନଗିରି, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ ଓ କଟକ।

Show More
Back to top button