ନ୍ୟୁଜ୍ଶିକ୍ଷା

ନୂଆ ଶୀକ୍ଷାନୀତି ଅନ୍ତର୍ଗତ ‘ଉଚ୍ଚଶିକ୍ଷାରେ ସଂସ୍କାର’ କନକ୍ଲେଭରେ ସମ୍ବୋଧନ କରିବେ ମୋଦି l

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୬.୦୮.୨୦୨୦ :  ରାଷ୍ଟ୍ରୀୟ ଶିକ୍ଷା ନୀତି ଅନ୍ତର୍ଗତ ଉଚ୍ଚଶିକ୍ଷାରେ ପରିବର୍ତ୍ତନକାରୀ ସୁଧାର କନକ୍ଲେଭ୍‌ରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଏହି କଲକ୍ଲେଭ୍‌ ହେବାକୁ ଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ ମୋଦି । ଆସନ୍ତାକାଲିର ଏହି କନକ୍ଲେଭ୍‌ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଓ ୟୁଜିସିର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ।

କନକ୍ଲେଭରେ ନୁଆ ଶିକ୍ଷା ନୀତି 2020ରେ ଭବିଷ୍ୟ ଶିକ୍ଷା, ବହୁ ବିଷୟ ଭିତ୍ତିକ ଶିକ୍ଷା, ଗୁଣବତ୍ତା ସମ୍ପନ୍ନ ଅନୁସନ୍ଧାନ, ଶିକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟାର ସମାନ ଉପଯୋଗ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ।

ଏହି କନକ୍ଲେଭରେ ଏଚଆରଡି ମନ୍ତ୍ରୀ ରେମଶ ପୋଖରିୟାଲ, ରାଜ୍ୟମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ସମେତ ଏନଇସି ଡ୍ରାଫ୍ଟ କମିଟି ଅଧ୍ୟକ୍ଷ, ବିଖ୍ୟାତ ଶିକ୍ଷାବିତ ଓ ବୈଜ୍ଞାନିକ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିବେ । ଏହାସହ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ପ୍ରିନ୍ସିପାଲମାନେ ମଧ୍ୟ ସାମିଲ ହେବ ।

ତେବେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଏହି କନକ୍ଲେଭ୍‌ ନରେନ୍ଦ୍ର ମୋଦି ୟୁଟ୍ୟୁବ୍‌ ଚ୍ୟାନେଲ, ଏମଏଚଆରଡି ଫେସବୁକ ପେଜ, ୟୁଜିସି ଟ୍ୱିଟର ହ୍ୟାଣ୍ଡେଲ ଓ ଡିଡି ଚ୍ୟାନେଲରେ ପ୍ରସାରିତ ହେବା ନେଇ ସୂଚନା ମିଳିଛି ।

Show More
Back to top button