ଦେଶନ୍ୟୁଜ୍

ଆଜି ବସିବ ‘କ୍ୱାଡ୍ ବୈଠକ’ ଆମେରିକା ରାଷ୍ଟ୍ରପତି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ ଦେବେ ମୋଦି

ସତ୍ୟଶିଖା(ନୂଆଦିଲ୍ଲୀ )୦୩.୦୩.୨୦୨୨ :  ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆଜି ବସିବାକୁ ଯାଉଛି କ୍ୱାଡ୍ ବୈଠକ । ଚଳିତ ବର୍ଷ ଏହି ବୈଠକ ଭର୍ଚୁଆଲ ଭାବେ ହେଉଥିବା ବେଳେ ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତବର୍ଷ ସେପ୍ଟେମ୍ବର ମାସରେ କ୍ୱାଡ୍ ବୈଠକ ଶେଷଥର ପାଇଁ ବସିଥିବା ବେଳେ ଚଳିତ ବର୍ଷ ପୁଣି ଏକାଠି ହୋଇଛନ୍ତି କ୍ୱାଡ୍ ନେତା । ତେବେ ଆଜିର ଏହି ବୈଠକରେ ଋଷ-ୟୁକ୍ରେନ୍ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହୋଇପାରେ ।

କ୍ୱାଡ୍ ର ସମସ୍ତ ୪ ସଦସ୍ୟଙ୍କ ମଧ୍ୟରେ ଭାରତ ଏକମାତ୍ର ଏପର୍ଯ୍ୟନ୍ତ କାହା ସପକ୍ଷରେ କିମ୍ବା କାହା ବିପକ୍ଷରେ ମତାମତ ଦେଇନାହିଁ ଯାହା ଉପରେ ମଧ୍ୟ ଆଜି ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ।

ସୂଚନା ଅନୂସାରେ ୟୁଏନ୍‌ରେ ଋଷ ବିରୋଧରେ ପାରିତ ପ୍ରସ୍ତାବରେ ୧୯୩ଟି ଦେଶ ମଧ୍ୟରୁ ୩୫ ଦେଶ ଭୋଟ୍ ଦେବାରୁ ବିରତ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ଭାରତ, ପାକିସ୍ତାନ ଓ ଚାଇନା ଭଳି ଦେଶ ରହିଛନ୍ତି ।

Show More
Back to top button