ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲା ପରେ ଦେଶବ୍ୟାପି ବିରୋଧ ଜାରି ରହିଛି । ହାଥରସ ମାମଲାରେ ପୋଲିସ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କେନ୍ଦ୍ର ସରାକର ବଡ଼ ପଦକ୍ଷେପ ନେଇଛନ୍ତି । ଥାନାରେ ଅଭିଯୋଗ ଓ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ବାରମ୍ବାର ପୋଲିସ ଷ୍ଟେସନକୁ ଆସିବାକୁ ପଡ଼େ । ମହିଳାଙ୍କ ଠିକ୍ ସମୟରେ ଉଚିତ ସେବା ପୋଲିସ୍ ପକ୍ଷରୁ କିଭଳି ମିଳିପାରିବ ସେ ନେଇ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହ ମନ୍ତ୍ରାଳୟ ଆଜି (ଶନିବାର) ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରନ୍ତୁ । ଏହା ସହ ପ୍ରତିଟି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କୁହାଯାଇଛି । କେବଳ ଏତିକି ନୁହେଁ ପ୍ରତିଟି ମାମଲାରେ ଏତଲା ରୁଜୁ କରିବା ଅନିବାର୍ଯ୍ୟ । ଯଦି କୌଣସି ଅଧିକାରୀ ଏହାକୁ ଅଣଦେଖା କରନ୍ତି ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର କୁହାଯାଇଛି ।
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳା ସୁରକ୍ଷାକୁ ନେଇ ସମସ୍ତ ରାଜ୍ୟକୁ ଜାରି କଲେ ଆଡଭାଇଜରୀ l
