ଖେଳ

କରୋନା ଲଢ଼େଇରେ ସାମିଲ ହେଲେ ବିରାଟ, ସାନିଆ ଓ ରୋହିତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା କରୋନା ଲଢ଼େଇ ପାଇଁ ଅର୍ଥ ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ଉଭୟ ଆଇଫର ଇଣ୍ଡିଆ ଅନଲାଇନ କନର୍ସଟ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଏହି ଦୁଇ ଖେଳାଳିଙ୍କ ସହ ଟେନିସ ତାରକା ସାନିଆ ମିର୍ଜା ବି ଅର୍ଥ ସଂଗ୍ରହ ପାଇଁ ଆଗେଇ ଆସିଛନ୍ତି।

ଆଇଫର ଇଣ୍ଡିଆ ଜରିଆରେ ଅଭିନେତା, ଅଭିନେତ୍ରୀ, କ୍ରୀଡ଼ାବିତ, ବ୍ୟବସାୟୀ ଓ କଣ୍ଠଶିଳ୍ପୀମାନେ ଘରେ ରହି ଲୋକଙ୍କୁ ଏଣ୍ଟନଟେନ କରିବେ। ସେମାନଙ୍କ କନର୍ସଟରୁ ଆୟ ହେଉଥିବା ଅର୍ଥ ଗିଭ୍‌ଇଣ୍ଡିଆ ନାମକ ଡୋନେସନ ପ୍ଲାଟଫର୍ମ ଗଠନ କରିଥିବା କୋଭିଡ ରେସପନ୍ସ ପଣ୍ଡକୁ ଯିବ।

ଆହୁରି ପଢ଼ନ୍ତୁ

ସଂସ୍ଥା ପକ୍ଷରୁ କୁହାଯାଇଛି, “ଦୁଇ ସପ୍ତାହ ତଳେ ଆମେ ଭାରତର ସବୁଠାରୁ ବଡ଼ କନର୍ସଟ ଆରମ୍ଭ କରିଥିଲୁ। ଲକଡାଉନ ହୋଇ ଘରେ ରହିଥିବା ଲୋକଙ୍କୁ ‌ଏଣ୍ଟରଟେନ କରିବା ଆମର ଉଦ୍ଦେଶ୍ୟ। ଏଥିସହ ଯେଉଁମାନଙ୍କର ଘର ନାହିଁ ଓ କାମ ନାହିଁ ସେମାନଙ୍କ ପାଇଁ ଅର୍ଥ ସଂଗ୍ରହ କରିବା ହେଉଛି ଆମର ଲକ୍ଷ୍ୟ। ଏଥିରେ ଅନେକ ସାମିଲ ହେଉଛନ୍ତି।”

ଏହି କନର୍ସଟରେ ସାମିଲ ହେବାକୁ ଥିବା ଅନ୍ୟ ବ୍ୟକ୍ତିବିଶେଷ ହେଉଛନ୍ତି, ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା, ଶାହରୁଖ ଖାନ, ଏଆର ରେହମାନ, ଉସ୍ତାଦ ଜାକି ହୁସେନ, ଆମୀର ଖାନ, ଐଶ୍ୱର୍ଯ୍ୟା ରାଏ ବଚ୍ଚନ, ଆଲିଆ ଭଟ୍ଟ, ଆୟୂଷମାନ ଖୁରାନା, ବ୍ରାଏନ ଆଡାମ୍ସ, ଗୁଲଜାର, ନିକ ଜୋନ୍ସ, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂହ, ଶ୍ରେୟା ଘୋଷାଲ, ସୋନୁ ନିଗମ, ସୋଫିଆ ଟର୍ଣ୍ଣର, ଜୋୟା ଅଖତର ଓ ବିଦ୍ୟା ବାଲାନ।

[ad_2]
Show More
Back to top button