ସତ୍ୟଶିଖା ୧୫ .୦୮.୨୦୨୦ : ଆଜି ୭୪ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସ୍ଵାଧୀନତା ଦିବସର ପାବନ ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ-ବହୁତ ଶୁଭକାମନା । ତେବେ ପ୍ରଧାନମନ୍ତ୍ରୀ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ପାଇଁ ଲାଲକିଲ୍ଲାରେ ପହଞ୍ଚି ଗଲେଣି । ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ଵାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ଅମିତ ଶାହା ଲେଖିଛନ୍ତି ଯେ, ଆସନ୍ତୁ ଏହି ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ସ୍ଵପ୍ନକୁ ପୂରଣ କରିବାକୁ ସଂକଳ୍ପ ନେବା ଓ ଭାରତରେ ନିର୍ମିତ ପ୍ରତ୍ୟେକ ସ୍ଵଦେଶୀ ଦ୍ରବ୍ୟକଗୁ ଅଧିକରୁ ଅଧିକ ବ୍ୟବହାର କରିବା । ଦେଶର ନୂତନ ସ୍ତରକୁ ନେବାରେ ସର୍ବୋଚ୍ଚ ଯୋଗଦାନ ଦେବା ।
ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଆମେ ବାସ୍ତବରେ ସେବେ ସ୍ୱାଧୀନତା ହାସଲ କରିବୁ ଯେଉଁ ସମୟରେ ଭାରତ ଆତ୍ମନିର୍ଭରଶୀଳ ହେବ । ତେଣୁ ଆଜି ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରତିଶ୍ରୁତି ଦେବା ଆବଶ୍ୟକ ।