ଗୁଜରାଟରେ ୨୪ ଘଣ୍ଟାରେ ୩୪୮ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ


ଅହମଦାବାଦ: ଦେଶରେ କରୋନାର ଦ୍ୱିତୀୟ ହଟସ୍ପଟ ପାଲଟିଥିବା ଗୁଜରାଟରେ ୨୪ ଘଣ୍ଟାରେ ୩୪୮ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୮୯ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୨୦ରୁ ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଏଯାବତ ମୃତ୍ୟୁ ସଂଖ୍ୟା ୬୨୫ ରହିଛି।
In last 24 hours, 348 new positive cases of #COVID19 have been reported in Gujarat. The state tally rises to 10,989 including 4308 cured/discharged cases and 625 deaths till date: Gujarat Health Department. pic.twitter.com/4jDoODxj5o
— ANI (@ANI) May 16, 2020
ଆହୁରି ପଢ଼ନ୍ତୁ
ଅନ୍ୟପଟେ ରାଜ୍ୟରେ ଆରୋଗ୍ୟ ହାର ପୂର୍ବଅପେକ୍ଷା ବଢ଼ିଛି। ଗତ ୨୪ ଘଣ୍ଟାରେ ୨୮୨ରୁ ଅଧିକ ଆରୋଗ୍ୟ ହୋଇଥିବା ବେଳେ ମୋଟ୍ ୪୦୩୫ ଜଣ ହସ୍ପିଟାଲରୁ ଆରୋଗ୍ୟ ହୋଇଥିବା ସୂଚନା ରହିଛି। ରାଜ୍ୟରେ ସୁରତ ଓ ଅହମଦାବାଦରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଦେଶରେ ସର୍ବାଧିକ ମୃତ୍ୟୁ ଗୁଜରାଟରେ ହୋଇଛି।
ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୩୯୭୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ପାଖାପାଖି ରହିଛି। ସେହିପରି ଗତ ୨୪ ଘଣ୍ଟାରେ ୨୨୩୩ରୁ ଅଧିକ ଆରୋଗ୍ୟ ହୋଇଥିବାବେଳେ ୩୦,୧୫୩ ମୋଟ୍ ଆରୋଗ୍ୟ ହୋଇଛନ୍ତି। ଏବେ ୫୩, ୦୩୫ରୁ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
[ad_2]