ବିଧାୟକ ସୁଶାନ୍ତ ରାଉତଙ୍କୁ ମିଳିଲା ଆଶ୍ବସ୍ତି ….

ସତ୍ୟଶିଖା ( ଭୁବନେଶ୍ୱର ) : ବିଜୁ ଜନତା ଦଳର ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବହୁ ଲୋକ ପ୍ରିୟ ଯୁବ ନେତା ସୁଶାନ୍ତ ରାଉତ ନିଜର ରାଜନୈତିକ ଦକ୍ଷତା ଗତ ନିର୍ବାଚନରେ ପ୍ରମାଣ କରି ଦଳର ମୁଖିଆଙ୍କ ଅତି ପ୍ରିୟ ହୋଇପାରିଛନ୍ତି ଓ ପରବର୍ତୀ କ୍ଷେତ୍ରରେ ତାଙ୍କୁ ମୟୁରଭଞ୍ଜ ଜିଲ୍ଲା ରେ ନିଜର ରାଜନୈତିକ ଦକ୍ଷତା ପ୍ରମାଣ କରାଇବାକୁ ଦଳର ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସଙ୍କ ସହ ସଂଗଠନ କାର୍ଯ୍ୟ ତ୍ଵରାନିତ କରାଇବାକୁ ଚୟନ କରିଥିଲେ | ନିଜକୁ ସର୍ବଦା ନିଷ୍ଠାର ସହ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରିବାକୁ ଯାଇ କିଛି ଦିନ ତଳେ ସାଲେପୁର ବିଧ୍ୟାୟକ ପ୍ରଶାନ୍ତ ବେହେରା ଙ୍କ ସଂସ୍ପର୍ଶରେ ଆସି ନିଜକୁ ଚଉଦ ଦିନ ନିଜ ଘରେ ସଙ୍ଘରୋଧ ରଖିବାପରେ ଗତକାଲି ନିଜର କରୋନା ପରୀକ୍ଷଣ କରାଇ ରିପୋର୍ଟ ନେଗେଟିଭ ଆସିବାପରେ ଆସ୍ୱସ୍ଥି ଅନୁଭବ କରି ପୁନର୍ବାର ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରାଇଛନ୍ତି l

Exit mobile version