ଖେଳନ୍ୟୁଜ୍ରାଜ୍ୟ

ଅବସର ନେଲେ ମିତାଲୀ ରାଜ

ସତ୍ୟଶିଖା (ଭୁବନେଶ୍ୱର) ୦୮.୦୬.୨୦୨୨: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ ଅର୍ନ୍ତରାଷ୍ଟ୍ରୀୟ କ୍ରିିକେଟରୁ ଅବସର ଘୋଷଣା କରିଛନ୍ତି  । ସେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିବା କଥା ଘୋଷଣା କରିଛନ୍ତି  ।

୩୯ ବର୍ଷିୟା ମିତାଲୀ ବୁଧବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏନେଇ ଏକ ଲମ୍ବା ସନେ୍ଦଶ ଜାରି କରି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିବା ଲେଖିଛନ୍ତି । ଏହାସହ ସେ ଲେଖିଛନ୍ତି କି ତାଙ୍କର ୨୩ ବର୍ଷ କ୍ରିକେଟ ଖେଳ ମଧ୍ୟରେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ କହିଛନ୍ତି କି ଯେତେବେଳେ ବି ସେ ପଡିଆରେ ପାଦ ରଖୁଥିଲେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି କି ମୁଁ ଅଧିନାୟକ ପଦ ଛାଡିଲେ ଯୁବ ଚେହେରାଙ୍କୁ ସ୍ଥାନ ମିଳିବ । ଅନ୍ୟପଟେ ସେ ବିସିସିଆଇର ସଚିବ ଜୟ ଶାହା ଓ ବାକି ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି  ।

Show More
Back to top button