

ସତ୍ୟଶିଖା(ନୂଆଦିଲ୍ଲୀ) ୧୨ .୦୩.୨୦୨୧: ରେକର୍ଡ ବୁକ୍ରେ ଭାରତର ମହିଳା କ୍ରିକେଟର ମିତାଲି ରାଜ। ୩୮ ବର୍ଷୀୟ ମିତାଲି ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ସେ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ୧୦ ହଜାର ରନ୍ର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି।ଲକ୍ଷ୍ନୌରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଦିନିକିଆରେ ମିତାଲି ୩୫ ରନ୍ କରିବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଥିଲା। ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିଥିଲେ। ଏବେ ମିତାଲି ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ରେ ସର୍ବାଧିକ ରନ୍ ହାସଲକାରୀ ଖେଳାଳି ହେବାକୁ ଏଡୱାର୍ଡସଙ୍କ ଠାରୁ ୨୯୯ ରନ୍ ପଛରେ ରହିଛନ୍ତି।