ଦେଶବିଦେଶ

ଶୁଣିଲେ ଆଶ୍ଚର୍ଯ୍ୟ ହେବେ !୧୨ବର୍ଷ ହେଲା ବଢ଼ି ନାହିଁ ମୁକେଶ ଅମ୍ବାନିଙ୍କ ଦରମା ।

ସତ୍ୟଶିଖା : ଦେଶର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରିରେ ଗତ ଆର୍ଥିକ ବର୍ଷରେ ନିଜ ବେତନ ଭତ୍ତା ଏବଂ କମିଶନ ୧୫କୋଟି ଟଙ୍କା ସ୍ତରରେ ବଜାୟ ରଖିଥିଲେ। କମ୍ପାନୀରୁ ମିଳୁଥିବା ତାଙ୍କର ବାର୍ଷିକ ଆୟ ଲଗାତାର ୧୨ବର୍ଷ ଧରି ସ୍ଥିର ରହିଛି।

ସେ କୋଭିଡ-୧୯ ମହାମାରୀ ଯୋଗୁଁ ବ୍ୟାପୁଥିବା ସଙ୍କଟକୁ ଆଖି ଆଗରେ ରଖି ନିଜ ଦରମା ନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅମ୍ବାନୀ ନିଜ ଦରମା,ଅନ୍ୟାନ୍ୟ ସୁବିଧା,ଭତ୍ତା ଏବଂ କମିଶନ ୨୦୦୮-୦୯ରୁ ୧୫କୋଟି ଟଙ୍କା ସ୍ଥିର ରଖିଛନ୍ତି। ସେ ଏହି ପରି ପ୍ରତି ବର୍ଷ ନିଜ ପୁରସ୍କାର ରାଶି ୨୪କୋଟି ଟଙ୍କାରୁ ଅଧିକ ଟଙ୍କା ତ୍ୟାଗ କରିଛନ୍ତି।

ଅମ୍ବାନୀ ଅପ୍ରେଲ୍ ମାସ ଶେଷରେ ନିଜ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ କମ୍ପାନୀ କରୋନା ମହାମାରୀ ଯୋଗୁଁ କର୍ମଚାରୀଙ୍କ ବେତନରେ ୧୦ରୁ ୫୦ପ୍ରତିଶତ ହ୍ରାସ କରିବାର ନିଷ୍ପତ୍ତି ନେଇଥିଲା।

ଅମ୍ବାନିଙ୍କ ପୁରସ୍କାର ରାଶିରେ ୪.୩୬କୋଟି ଟଙ୍କା ବେତନ ଏବଂ ଭତ୍ତା ସାମିଲ ରହିଛି। ଏହା ୨୦୧୮-୧୯ରେ ତାଙ୍କୁ ମିଳିଥିବା ୪.୪୫କୋଟି ଟଙ୍କାରୁ ସାମାନ୍ୟ କମ୍ ଅଟେ। ତାଙ୍କ କମିଶନ ୯.୫୩କୋଟି ଟଙ୍କାରେ ସ୍ଥିର ରହିଥିବାବେଳେ ଅନ୍ୟ ସୁବିଧା ୪୦ଲକ୍ଷରୁ ହ୍ରାସ ପାଇ ୩୧ଲକ୍ଷ ଟଙ୍କାକୁ ଆସି ଯାଇଛି। ତାଙ୍କ ସେବାନିବୃତ୍ତି ଲାଭ ୭୧ଲକ୍ଷ ଟଙ୍କା ଥିଲା।

Show More
Back to top button