ଖେଳ

ଗେଲ ଓ ବିରାଟଙ୍କୁ ଅଣଦେଖା କରି ରାଇନାଙ୍କୁ ଚୟନ କଲେ ହଗ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ୍‌ ବ୍ରାଡ ହଗ୍‌ ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ ସୁରେଶ ରାଇନାଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଆଇପିଏଲର ପାୱର ପ୍ଲେରେ ରାଇନା ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌। ତାଙ୍କ ଆଗରେ କ୍ରିସ୍‌ ଗେଲ ଓ ଶିଖର ଧୱନ ଫିକା ପଡ଼ିଯିବେ। ରାଇନା ଏକାଧିକ ଥର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ଜିତାଇଥିବା ମଧ୍ୟ ବ୍ରାଡ ହଗ କହିଛନ୍ତି।

ହଗଙ୍କୁ ଆଇପିଏଲର ୩ ଜଣ ଶ୍ରେଷ୍ଠ ପାୱାର ପ୍ଲେ ବ୍ୟାଟସମ୍ୟାନ ବାଛିବାକୁ କୁହାଯାଇଥିଲା। ସେ ଡାଭିଡ ୱାର୍ଣ୍ଣର, ଜୋସ ବଟଲର ଓ ସୁରେଶ ରାଇନାଙ୍କୁ ବାଛିଛନ୍ତି। ହେଲେ ହଗ ବିସ୍ଫୋରକ ଗେଲ ଓ ବିରାଟ କୋହଲିଙ୍କୁ ଚୟନ କରିନାହାନ୍ତି।

ଆହୁରି ପଢ଼ନ୍ତୁ

ବିରାଟ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରିଥିବା ବେଳେ ରାଇନା ଦ୍ୱିତୀୟରେ ରହିଛନ୍ତି। ହଗ କହିଛନ୍ତି, “ଟପ୍‌ ଅର୍ଡରେ ୱାର୍ଣ୍ଣର ଚମତ୍କାର। କାରଣ ସେ ଅଫ ସାଇଡ୍‌ରେ ବେଶ ଶକ୍ତିଶାଳୀ। ସେ ୱିକେଟ ମଧ୍ୟରେ ଦ୍ରୁତ ଗତିରେ ଦୌଡ଼ନ୍ତି।

ସେ ଜଣେ ଚତୁର ବ୍ୟାଟସମ୍ୟାନ। ଚେନ୍ନାଇ ପାଇଁ ରାଇନା ଯେଉଁ ଭଳି ଯୋଗଦାନ ଦେଇଛନ୍ତି, ମୁଁ ସେକଥାକୁ ଦେଖି ବହୁତ ବିସ୍ମିତ ହୁଏ। ସେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆସନ୍ତି ଓ ଇନିଂସକୁ ଆଗକୁ ନେଇ ଚାଲନ୍ତି। ସେ କିଛି ବୋଲରଙ୍କୁ ଟାର୍ଗେଟ କରନ୍ତି ଓ ଷ୍ଟ୍ରାଇକ ଅଦଳବଦଳ କରନ୍ତି। ତେଣୁ ପାୱାର ପ୍ଲେରେ ସେ ଶ୍ରେଷ୍ଠ।”

୩୩ ବର୍ଷୀୟ ରାଇନା ଏକମାତ୍ର ବ୍ୟାଟସମ୍ୟାନ ଯିଏ ଦିନିକିଆ ଓ ଟି-୨୦ ବିଶ୍ୱକପରେ ଶତକ ହାସଲ କରିଛନ୍ତି। ସେ ଭାରତ ପାଇଁ ୧୮ଟି ଟେଷ୍ଟ, ୨୨୬ ଦିନିକିଆ ଓ ୭୮ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଭାରତ ପାଇଁ ରାଇନା ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୦ରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ପ୍ରଥମ ଟେଷ୍ଟରେ ହିଁ ରାଇନା ଶତକ ହାସଲ କରିଥିଲେ।

[ad_2]
Show More
Back to top button