

ସତ୍ୟଶିଖା : ମାଲକାନଗିରି ( ସ୍ମୃତି ରଞ୍ଜନ ନାୟକ ) ୩୧.୦୭.୨୦୨୦ : ଶୁକ୍ରବାର ପୂବାହ୍ନ ୧୧ ଘଟିକା ସମୟରେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଇଲୋକ୍ଟ୍ରୋନିକ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରାଙ୍କ ସହ ଏକ ବୈଠକ ଆୟୋଜିତ ହୋଇଯାଇଛି l ବୈଠକ ରେ ଯୋଗ ଦେଇ କୋରୋନା ଚିକିତ୍ସାରେ ଆରୋଗ୍ୟ ଲାଭ କରିଥିବା ଓ ସ୍ଵ-ଇଛାରେ ପ୍ଲାଜମା ଦାନ ପାଇଁ ଇଛୁକ ଥିବା ସମସ୍ତ ବ୍ୟକ୍ତି ବିଶେଷକୁ ପ୍ଲାଜମା ଦାନ ପାଇଁ ଆମନ୍ତ୍ରିତ କରିବା ସହ ପ୍ଲାଜମା ଦାନର ମହାନତା ବିଷୟ ରେ ଅବଗତ କରାଇଥିଲେ l ଏହା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ୩୩୦ ଜଣ ଆରୋଗୀ ମଧ୍ୟରୁ ପ୍ଲାଜମା ଦାନ ପାଇଁ ସ୍ୱତପ୍ରଭୃତ ଭାବେ ଯୋଗଦେଇଥିବା ୪୮ ଜଣ ବ୍ୟକ୍ତିଙ୍କ ମନବଳ ବଢାଇବା ସହ ସେଥି ମଧ୍ୟରୁ ୭ ଜଣଙ୍କୁ ମନ୍ତ୍ରୀ ନିଜ ବୈଠକ ସ୍ଥଳକୁ ଡାକି ସମସ୍ତଙ୍କ ସହ ପଙ୍ଖାନୁପଙ୍ଖ ଭାବେ କଥା ହୋଇଥିଲେ l
ସୂଚନା ଥାଉକି ଜଣେ ୧୮- ୬୦ ବର୍ଷ ବୟସ୍କ ବ୍ୟକ୍ତି ଯିଏକି କୋରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିବା ସହ, ଆରୋଗ୍ୟ ଲାଭ କରିବାର ୨୮ ଦିନ ବିତେଇ ସାରିଥିଲେ ହେଁ ସେ ପ୍ଲାଜମା ଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ l ଏବଂ ଜଣକ ଠାରୁ ସଂଗ୍ରହ କରାଯାଇଥିବା ପ୍ଲାଜମା ଏକା ସମୟରେ ଦୁଇଟି ଜୀବନ ବଞ୍ଚାଇବା ରେ ସହାୟତା କରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ l ଏହା ସହ ତାଙ୍କ ସାଙ୍ଗରେ ଯୋଗ ଦେଇଥିବା ସମସ୍ତ ବିଧାୟକ ମାନଙ୍କୁ ନିଜ ନିଜ ବିଧାନସଭା କ୍ଷେତ୍ରରେ ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ଆଣି ଏହି ମହତ କାର୍ଯ୍ୟରେ ଭାଗିଦାର କରାଇବା ପାଇଁ ଅନୁରୋଧ ରଖିଥିଲେ ଶ୍ରୀ ତୁଷାର କାନ୍ତି ବେହେରା l
ମାଲକାନଗିରି ସର୍କିଟ ହାଉସ ଠାରେ ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦଶରଥ ପଡ଼ିଆମି, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ, ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ଶ୍ରୀ ରମେଶ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦିଲ୍ଲୀପ ଚନ୍ଦ୍ର ସାମନ୍ତରାୟ ଉପସ୍ଥିତ ରହି ଏହି ସଭାକାର୍ଯ୍ୟ ପରିଚାଳନା କରିଥିଲେ l ସର୍ବ ଶେଷରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ସ୍ଥିତ ପ୍ଲାଜମା ପରିଚାଳନା କେନ୍ଦ୍ରକୁ ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପ୍ରଶଂସା କରି ସମସ୍ତଙ୍କ ମନୋବଳ ବଢ଼ାଇ ଥିଲେ l