ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଙ୍କୁ କରୋନା ପଜିଟିଭ : ଟୁଇଟ କରି ଆକ୍ରାନ୍ତ ବୋଲି ଦେଲେ ସୂଚନା …

ସତ୍ୟଶିଖା  ( ଭୁବନେଶ୍ୱର ) ୭ .୦୯.୨୦୨୦ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି ।  ତାଙ୍କ ସଂଶସ୍ପରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂ, ଅରୁଣ ସାହୁ , ପଦ୍ମିନୀ ଦିଆନ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେପଟେ, ଆଜି ରାଜ୍ୟରେ ୩୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।   ସେମାନଙ୍କ  ମଧ୍ୟରୁ  ୨୨୭୮ ସଂଗରୋଧ  କେନ୍ଦ୍ରରୁ ହୋଇଥିବାବେଳେ ୧୫୮୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେହିପରି ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ  ସଂଖ୍ୟା ୫୫୬ରେ ପହଚିଂଛି  ।   ଖୋର୍ଦ୍ଧାରୁ  ସର୍ବାଧିକ ଆକ୍ରାନ୍ତ ୭୬୭ ଚିହ୍ନଟ ହୋଇଥିବା  ବେଳେ  କଟକରୁ ୨୮୬, ଯାଜପୁରରୁ ୨୮୫, ବରଗଡରୁ ୧୭୬, ବାଲେଶ୍ୱରରୁ ୧୦୫, ଅନୁଗୁଳରୁ ୧୨୦, ମୟୁରଭଂଜରୁ ୧୨୨, ରାୟଗଡାରୁ ୧୫୩, ପୁରୀରୁ ୨୦୦,ଝାରସୁଗୁଡାରୁ ୧୯୯, ସୋନପୁରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ମାସରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉ ଥିବାରୁ ଏହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ର କାରଣ ପାଲଟିଛି I

Exit mobile version