ସତ୍ୟଶିଖା (ଭୁବନେଶ୍ୱର) ୨୬/୧୧/୨୦୨୦ : ପରୀ ହତ୍ୟା ମାମଲା l ଏହି ଘଟଣାକୁ ନେଇ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ । ଶେଷରେ ଗୃହରେ ବିବୃତ୍ତି ରଖିଥିଲେ ମନ୍ତ୍ରୀ । ସେ କହିଥିଲେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ।
ମନ୍ତ୍ରୀ ଅରୁଣ ସାହୁ କହିଲେ, ‘ମୁଁ ବ୍ୟଥିତ ଓ ମର୍ମାହତ, ଯିଏ ବି ଦୋଷୀ ସେ ଦଣ୍ଡ ପାଉ’
ସେ ହିଂସାକୁ ବିରୋଧ କରନ୍ତି । ପରୀ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ ହେବା ଉଚିତ୍ । ଏହି ଘଟଣାରେ ଯେଉଁମାନଙ୍କ ସଂପୃକ୍ତି ଅଛି, ସେମାନେ ଦଣ୍ଡ ପାଇବା ଉଚିତ୍। ପରୀ ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚନ ହେଉ ବୋଲି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅରୁଣଙ୍କ ବିବୃତି ବେଳେ ବି ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ । ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ।