ବିଧାନସଭାରେ ଖଣି ଦୁର୍ନୀତି ତାତି : ଖଣି ମାଫିଆ ଓ ଅଫିସରଙ୍କୁ ଟାର୍ଗେଟ କରି ସରକାରଙ୍କୁ ଘେରିଲେ ବିରୋଧୀ l

ସତ୍ୟଶିଖା (ଭୁବନେଶ୍ୱର) ୦୫.୧୦.୨୦୨୦ : ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଲକ୍ଷେ କୋଟି ଟଙ୍କା ଖଣି ମାଫିଆ ଓ ଅଫିସର ଲୁଟି ନେଇଛନ୍ତି ।  ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରମ୍ବାର ଚିଠି ଲେଖିଛି, ହେଲେ ଚିଠି ପ୍ରାପ୍ତି ସ୍ୱୀକାର ମିଳୁନି ।ଖଣି ଲିଜ ନବୀକରଣ ଓଡିଶା ପାଇଁ ଆତ୍ମଘାତୀ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସିରାଜୁଉଦିନ କମ୍ପାନୀ ନାଁରେ ଭିଜିଲାନ୍ସ ମାମଲା ହେଲା ପରେ ବି ତାଙ୍କୁ କିପରି ଲିଜ ମିଳିଲା । ରୁଙ୍ଗଟା ମାଇନ୍ସ ନାଁରେ ବି M.M.D.R ଆକ୍ଟରେ ମାମଲା ରହିଛି । ସେମାନଙ୍କ ନାଁରେ କିପରି ଖଣି ଲିଜ୍ ନବୀକରଣ ହେଲା ବୋଲି ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।
ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୯ ଟି ଖଣିରେ ୩୬ଶହ କୋଟି ରାଜସ୍ଵ କ୍ଷତି ହୋଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ । ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଖଣି ନିଲାମ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ହୋଇଛି, କିଛି ଲୁଚାଯାଉନାହିଁ ।

Exit mobile version