ନ୍ୟୁଜ୍ରାଜ୍ୟ

ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ସତ୍ୟଶିଖା(କାମାକ୍ଷାନଗର ) ୨୪.୧୧.୨୦୨୧:ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଗାଡି ଜବତ ହୋଇଛି । ଏହାସହିତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବାଉଁଶପାଳ ଗାଁର କୁଶଭଦ୍ରା ବିଶ୍ୱାଳ ।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ପିକଅପ ଭ୍ୟାନ୍‌ରେ କେନ୍ଦୁକାଠ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା । ଏହାସହିତ ଉକ୍ତ ଗାଡିକୁ ସୁରକ୍ଷା ଦେବା ପାଇଁ ଅନ୍ୟ ଏକ କାରରେ ମୁଖ୍ୟ ଅଭିଯୁକ୍ତ କୁଶଭଦ୍ର ବିଶ୍ୱାଳ ରହୁଥିଲେ । ମାତ୍ର ବିଶେଷ ସୁତ୍ରରୁ କାମାକ୍ଷାନଗର ପୂର୍ବାଞ୍ଚଳ ବନ ବିଭାଗ ଖବର ପାଇଥିଲେ ।

ପରେ ବନ ବିଭାଗ ପକ୍ଷରୁ ଗାଡି ଦୁଇଟିକୁ ପିଛା କରି ଠେଙ୍ଗିଆ ମୁଣ୍ଡା ଗାଁ ନିକଟରେ ଅଟକ ରଖିବାରେ ସକ୍ଷମ ହୋଇଥିଲା । କେନ୍ଦୁକାଟ ଲୋଡ ହୋଇଥିବା ଗାଡିର ଚାଳକ ଖସି ପଳାଇଥିବା ବେଳେ କାର ଚାଳକକୁ କାବୁ କରି ଗିରଫ କରିଛନ୍ତ । ଦୁଇ ଗାଡିକୁ ଅଟକ ରଖିବା ସହ ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ପୋଲିସ ଜବତ କରିଛି ।

Show More
Back to top button