ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ଜବତ, ମାଫିଆ ଫେରାର l

ସତ୍ୟଶିକ୍ଷା (ପାଟଣା) ୨୫ .୦୯.୨୦୨୦ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ କାଠ ମାଫିଆ ସକ୍ରିୟ ଖବର ନ୍ୟୁଜ୍ ୭ରେ ପ୍ରସାରଣ ପରେ ଏବେ ଆକ୍ସନ ମୁଡ଼କୁ ଆସିଛି ବନ ବିଭାଗ । ବିଳମ୍ବିତ ରାତିରେ ମଲ୍ଲୀପଶି ବିଟ୍ ଘୁଣ୍ଟିଝରି ଗ୍ରାମ୍ୟ ଜଙ୍ଗଲରେ ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି କଟା ଯାଇ ରଖାଯାଇଥିବା ବେଳେ ଚଢ଼ାଉ କରିଥିଲା ବନ ବିଭାଗ । ଉକ୍ତ କାଠକୁ ଜବତ କରିଛି ବନ ବିଭାଗ ।ବନ ବିଭାଗ କର୍ମଚାରୀକୁ ଦେଖି ଘଟଣାସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ବେଳେ ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି ।

Exit mobile version