

ସତ୍ୟଶିଖା (ଭଦ୍ରକ) ୨୩/୦୧/୨୦୨୧ : ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ନକଲି ଜର୍ଦ୍ଦା । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରୁ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଚମ୍ପଟ ମାରିଛି । ସୂଚନା ଅନୁଯାୟୀ, ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକ ମହଲା ଅଞ୍ଚଳରେ ଏକ ଘରେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ରାତିରେ ପୁରୁଣାବଜାର ପୋଲିସର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି, ବିପୁଳ ପରିମାଣର ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଓ ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି ।
ଏହି ନକଲି ଜ଼ର୍ଦ୍ଦା କାରବାର ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୁରୁଣାବଜାର ଥାନା ଅଞ୍ଚଳ ଏବେ ନକଲି ଜ଼ର୍ଦ୍ଦାର ହବ୍ ପାଲଟି ଗଲାଣି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନକଲି ଜ଼ର୍ଦ୍ଦା ଜବତ ହେଉଛି । ପୋଲିସ ଆଖି ଦେଖାଣିଆ କିଛି ଅଭିଯୁକ୍ତଙ୍କୁ ଧରି ନିଜର ବାଃ ବାଃ ନେଉଛି । କିନ୍ତୁ ମୁଖ୍ୟ କାର୍ପଟଦାରକୁ ଧରିବାରେ ପୋଲିସ ବିଫଳ ହେଉଥିବାରୁ ସାରା ପୁରୁଣାବଜାର ଥାନା ଅଞ୍ଚଳ ଏବେ ନକଲି ଜ଼ର୍ଦ୍ଦା ମାଫିଆ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଗଲାଣି ।