

ସତ୍ୟଶିଖା( ଭୁବନେଶ୍ୱର )୨୨.୦୩.୨୦୨୨ : ଏପ୍ରିଲ୍ ମାସରୁ ରାଜ୍ୟର ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ। ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର MDM ୟୁନିଟ୍ ନୋଡାଲ ଅଫିସର ଚିଠି ଲେଖିଛନ୍ତି। ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି।