ଅପରାଧନ୍ୟୁଜ୍ରାଜ୍ୟ

ମଧ୍ୟାହ୍ନ ଭୋଜନ ଟଙ୍କା ହେର୍‌ଫେର୍ ଘଟଣା : ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ସତ୍ୟଶିଖା( ଆସିକା  )୨୮.୦୫.୨୦୨୨ :  ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଗୁଣ୍ଠପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଅର୍ଥ ହେର୍‌ଫେର୍ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟଲତା ପଣ୍ଡା ନିଲମ୍ବିତ ହୋଇଛନ୍ତି । ଏହି ଅର୍ଥ ହେର୍‌ଫେର୍ ଘଟଣା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା । ଏନେଇ ଆମ ପ୍ରତିନିଧି ବିଦ୍ୟାଳୟରେ ପହଞ୍ôଚ ତଥ୍ୟ ସଂଗ୍ରହ କରିବା ପରେ ସବୁ ଘଟଣା ବିଷୟରେ ଜାଣିପାରିଥିଲେ ।

ଛାତ୍ରଛାତ୍ରୀ ଓ ଅଭିଭାବକ ସାମ୍ବାଦିକଙ୍କୁ ବିଦ୍ୟାଳୟଠାରେ ପ୍ରତ୍ୟକ୍ଷ ଭାବେ ମଧ୍ୟାହ୍ନଭୋଜନ ଟଙ୍କା ଓ ଚାଉଳ ହେର୍‌ଫେର୍ ଘଟଣା ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏନେଇ ଖବର ପ୍ରକାଶ ପରେ ଆସିକା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷଧିକାରୀ ଭାସ୍କର ଲେଙ୍କାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷଧିକାରୀ ଭାଗିରଥୀ ପାତ୍ରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ବିଦ୍ୟାଳୟରେ ପହଞ୍ଚି ଉକ୍ତ ଘଟଣା ଉପରେ ପ୍ରାଥମିକ ତଦନ୍ତ କରିଥିଲେ । ତଦନ୍ତରେ ଜାଣିପାରିଥିଲା ଯେ କୋଭିଡ ସମୟର ମଧ୍ୟାହ୍ନ ଭୋଜନ ଟଙ୍କା ପ୍ରଦାନରେ ଅନିୟମିତତା ରହିଛି । ଏହି ଘଟଣାରେ ଆସିକା ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ ଚିଠି ନମ୍ବର ୧୫୭୫/୨୬-୦୫-୨୦୨୨ ପ୍ରକାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।

Show More
Back to top button