

ସତ୍ୟଶିଖା(ଭୁବନେଶ୍ୱର )୦୯.୧୧ .୨୦୨୧: ରାଜ୍ୟରେ ଧୀରେ ଧୀରେ ବଢ଼ିଲାଣି ଶୀତ। ଏବେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୁତ ହେଉଛି। ଅଧିକାଂଶ ସ୍ଥାନରେ ସକାଳେ କୁହୁଡି ଦେଖିବାକୁ ମିଳୁଛି।
ଗତକାଲି ରାତିରେ ୭ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।