ନ୍ୟୁଜ୍ରାଜ୍ୟ

ଖସୁଛି ପାରଦ, ବଢୁଛି ଶୀତ

ସତ୍ୟଶିଖା (ଭୁବନେଶ୍ୱର ) ୦୬.୧୨.୨୦୨୨ : ଖସୁଛି ପାରଦ, ବଢୁଛି ଶୀତ । ଜାଡରେ ଥରୁଛି ସାରା ରାଜ୍ୟ । ଆଜିଠୁ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ରାତ୍ରୀକାଳୀନ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ । ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବ । ରାତିର ତାପମାତ୍ରାରେ 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 12 ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଶିମିଳିଗୁଡା, ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା 12.6ଡିଗ୍ରୀ, ସୁନ୍ଦରଗଡରେ 12.8 ଏବଂ କୋରାପୁଟରେ 13 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Show More
Back to top button