ସତ୍ୟଶିଖା ୧୬/୧୨/୨୦୨୦ : ସ୍ମୃତି ତାହା ସର୍ବଦା ଚିସ୍ମରଣୀୟ। ସ୍ମୃତି ସେ ବିଜୟର, ବୀର ପୁରୁଷର । ଯାହାଙ୍କୁ ଉଚ୍ଚ ସ୍ତରୀୟ ସମ୍ମାନ ଓ ତାଙ୍କ ବିରତ୍ୱର ଗାନ ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ । ୧୯୭୧ ମସିହାରେ ଏହି ଦିନରେ ହିଁ ଭାରତ-ପାକ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ରୂପେ ପାଳନ କରାଯାଏ । ପ୍ରାୟ ୧୩ ଦିନ ଧରି ଏହି ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପ୍ରାୟ ୩୦୦୦ରୁ ଅଧିକ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ। ବହୁ ସୈନ୍ୟ ଗୁରୁତର ଆହତ ମଧ୍ୟ ହୋଇଥିଲେ ।
ସ୍ମୃତି ସେ ବିଜୟର : ବିଜୟ ଦିବସ
