ସତ୍ୟଶିଖା (ମୁମ୍ବାଇ) ୨୩/୧୦/୨୦୨୦ : ନେହା କକ୍କରଙ୍କ ହାତରେ ରୋହନପ୍ରିତ ସିଂହଙ୍କ ନାଁର ମେହେନ୍ଦୀ ଲାଗି ଯାଇଛି। ନେହାଙ୍କ ମେହେନ୍ଦୀର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦିଲ୍ଲୀର ପ୍ରସିଦ୍ଧ ରାଜୁ ମେହେନ୍ଦୀ ଟିମ୍ ନେହା କକ୍କରଙ୍କ ହାତରେ ବିବାହର ମେହେନ୍ଦୀ ଲଗାଇଛନ୍ତି। ରାଜୁ ମେହେନ୍ଦୀ ଟିମ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ନେହା କକ୍କରଙ୍କ ଭଳି ଦମଦାର ଗାୟିକାଙ୍କ ହାତରେ ବ୍ରାଇଡାଲ୍ ମେହେନ୍ଦୀ ଲଗାଇବା ଆମ ପାଇଁ ଗର୍ବର ବିଷୟ।
ସୂଚନା ମୁତାବକ ଆଜି ସେମାନେ କୋର୍ଟ ମ୍ୟାରେଜ କରିବେ ଏବଂ ଏହା ପରେ ଅକ୍ଟୋବର ୨୬ତାରିଖରେ ପଞ୍ଜାବରେ ଗ୍ରାଣ୍ଡ ରିସେପ୍ସନ ହେବ। ନେହା ନିକଟରେ ରୋକା ସେରେମନିର ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ ରୋହନପ୍ରିତଙ୍କ ସହ ଡାନ୍ସ କରୁଥିବାର ନଜର ଆସିଥିଲେ। ନେହା ରୋକା ଭିଡିଓ ସେୟାର କରି ଲେଖିଥିଲେ ,‘ ସେମାନଙ୍କ ରୋକା ସେରେମନିର କ୍ଲିପ୍। ସେ ରୋହନପ୍ରିତ ଏବଂ ପରିବାରକୁ ବହୁତ ଭଲ ପାଆନ୍ତି। ଧନ୍ୟବାଦ ମିସେଜ ଏଣ୍ଡ ମିଷ୍ଟର କକ୍କର,ଅର୍ଥାତ୍ ମା-ବାପା ଏହି ସୁନ୍ଦର ଉତ୍ସବ ପାଇଁ।’